କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 1 (ORV)
କାରଣ, ହେ ଭାଇମାନେ, ଆମ୍ଭମାନଙ୍କ ପିତୃପୁରୁଷ ସମସ୍ତେ ମେଘ ତଳେ ଥିଲେ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 2 (ORV)
ଆଉ ସମସ୍ତେ ସମୁଦ୍ର ମଧ୍ୟ ଦେଇ ଗମନ କଲେ, ପୁଣି ସମସ୍ତେ ମେଘ ଓ ସମୁଦ୍ରରେ ମୋଶାଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହେଲେ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 3 (ORV)
ଆଉ ସମସ୍ତେ ଏକ ପାରମାର୍ଥିକ ଖାଦ୍ୟ ଭୋଜନ କଲେ
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 4 (ORV)
ଓ ସମସ୍ତେ ଏକ ପାରମାର୍ଥିକ ପେୟ ପାନ କଲେ (ଯେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳରୁ ପାନ କରୁଥିଲେ, ଆଉ ସେହି ଶୈଳ ଖ୍ରୀଷ୍ଟ),
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 5 (ORV)
ତଥାପି ସେମାନଙ୍କ ମଧ୍ୟରୁ ଅଧିକାଂଶଠାରେ ଈଶ୍ଵରଙ୍କ ସନ୍ତୋଷ ନ ଥିଲା, ତେଣୁ ସେମାନେ ପ୍ରାନ୍ତରରେ ମଲେ, ଏସମସ୍ତ କଥା ଯେ ତୁମ୍ଭେମାନେ ଅଜ୍ଞାତ ଥାଅ, ଏହା ମୋହର ଇଚ୍ଛା ନୁହେଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 6 (ORV)
ସେମାନେ ଯେପ୍ରକାର ମନ୍ଦ ବିଷୟରେ ଅଭିଳାଷୀ ହୋଇଥିଲେ, ଆମ୍ଭେମାନେ ଯେପରି ସେପ୍ରକାରେ ଅଭିଳାଷୀ ନ ହେଉ, ଏଥିନିମନ୍ତେ ଏହିସମସ୍ତ ବିଷୟ ଆମ୍ଭମାନଙ୍କ ପକ୍ଷରେ ଦୃଷ୍ଟାନ୍ତ ସ୍ଵରୂପ ହୋଇଅଛି ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 7 (ORV)
ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରତିମାପୂଜକ ହେଲେ, ସେପରି ତୁମ୍ଭେମାନେ ପ୍ରତିମାପୂଜକ ହୁଅ ନାହିଁ; ଯେପରି ଲେଖା ଅଛି, “ଲୋକମାନେ ଭୋଜନପାନ କରିବାକୁ ବସିଲେ, ଆଉ ନୃତ୍ୟ କରିବାକୁ ଉଠିଲେ” ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 8 (ORV)
ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ, ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 9 (ORV)
ଯେପରି ସେମାନଙ୍କ ମଧ୍ୟରେ କେତେକ ପ୍ରଭୁଙ୍କୁ ପରୀକ୍ଷା କରି ସର୍ପ ଦ୍ଵାରା ବିନଷ୍ଟ ହେଲେ, ସେପରି ଆମ୍ଭେମାନେ ପ୍ରଭୁଙ୍କୁ ପରୀକ୍ଷା ନ କରୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 10 (ORV)
ଯେପରି ସେମାନଙ୍କ ମଧ୍ୟରେ କେତେକ ଲୋକ ବଚସା କରି ସଂହାରକ ଦ୍ଵାରା ବିନଷ୍ଟ ହେଲେ⇧, ସେପରି ତୁମ୍ଭେମାନେ ବଚସା କର ନାହିଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 11 (ORV)
ଏହିସମସ୍ତ ଦୃଷ୍ଟାନ୍ତ ସ୍ଵରୂପେ ସେମାନଙ୍କ ପ୍ରତି ଘଟିଲା, ଆଉ ଯେଉଁମାନଙ୍କ ସମୟରେ ଯୁଗା; କାଳ ଉପସ୍ଥିତ ହୋଇଅଛି, ଏପରି ଯେ ଆମ୍ଭେମାନେ, ଆମ୍ଭମାନଙ୍କ ଚେତନା ନିମନ୍ତେ ସେହିସବୁ ଲେଖାଯାଇଅଛି ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 12 (ORV)
ଏଣୁ ଯେ ଆପଣାକୁ ସ୍ଥିର ବୋଲି ମନେ କରେ, ସେ ଯେପରି ପତିତ ନ ହୁଏ, ଏଥିନିମନ୍ତେ ସେ ସାବଧାନ ହେଉ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 13 (ORV)
ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ଵର ବିଶ୍ଵାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 14 (ORV)
ଅତଏବ, ହେ ମୋହର ପ୍ରିୟମାନେ, ପ୍ରତିମା ପୂଜାରୁ ପଳାୟନ କର ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 15 (ORV)
ମୁଁ ବୁଦ୍ଧିମାନ ଲୋକଙ୍କୁ କହିଲା ପରି କହୁଅଛି; ମୁଁ ଯାହା କହୁଅଛି, ତାହା ତୁମ୍ଭେମାନେ ନିଜେ ବିଚାର କର ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 16 (ORV)
ଯେଉଁ ଆଶୀର୍ବାଦର ପାତ୍ରକୁ ଆମ୍ଭେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୋଟୀ ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 17 (ORV)
କାରଣ ରୋଟୀ ଏକ ହେବାରୁ ଆମ୍ଭେମାନେ ଅନେକ ହେଲେହେଁ ଏକ ଶରୀର ସ୍ଵରୂପ, ଯେଣୁ ଆମ୍ଭେମାନେ ସମସ୍ତେ ସେହି ଏକ ରୋଟୀର ଅଂଶୀ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 18 (ORV)
ଶାରୀରିକ ଜନ୍ମାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ; ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହନ୍ତି?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 19 (ORV)
ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 20 (ORV)
ନା, କିନ୍ତୁ ମୁଁ କହୁଅଛି ଯେ, ଯାହା ଯାହା ସେମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେହିସବୁ ସେମାନେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ କରନ୍ତି । ଆଉ, ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 21 (ORV)
ତୁମ୍ଭେମାନେ ପ୍ରଭୁଙ୍କ ପାନପାତ୍ର ଓ ଭୂତମାନଙ୍କ ପାନପାତ୍ର ଉଭୟରେ ପାନ କରି ପାର ନାହିଁ; ତୁମ୍ଭେମାନେ ପ୍ରଭୁଙ୍କ ମେଜ ଓ ଭୂତମାନଙ୍କ ମେଜ ଉଭୟର ଅଂଶୀ ହୋଇ ପାର ନାହିଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 22 (ORV)
ଅଥବା ଆମ୍ଭେମାନେ କଅଣ ପ୍ରଭୁଙ୍କ ବିରକ୍ତି ଜନ୍ମାଇବା? ଆମ୍ଭେମାନେ କି ତାହାଙ୍କଠାରୁ ବଳବାନ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 23 (ORV)
ସମସ୍ତ ବିଷୟ ସାଧନ କରିବାକୁ ସ୍ଵାଧୀନତା ଅଛି, କିନ୍ତୁ ସମସ୍ତ ବିଷୟ ହିତଜନକ ନୁହେଁ । ସମସ୍ତ ବିଷୟ ସାଧନ କରିବାକୁ ସ୍ଵାଧୀନତା ଅଛି, କିନ୍ତୁ ସମସ୍ତ ବିଷୟରୁ ନିଷ୍ଠା ଜାତ ହୁଏ ନାହିଁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 24 (ORV)
କେହି ନିଜର ସ୍ଵାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 25 (ORV)
ବଜାରରେ ଯାହା ବିକ୍ରୟ ହୁଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 26 (ORV)
କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 27 (ORV)
ଅବିଶ୍ଵାସୀମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ, ଆଉ ତୁମ୍ଭେମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ, ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 28 (ORV)
କିନ୍ତୁ କେହି ଯଦି ତୁମ୍ଭମାନଙ୍କୁ କହେ, ଏହା ବଳି ସ୍ଵରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା, ତାହାର ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ;
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 29 (ORV)
ତୁମ୍ଭ ନିଜ ବିବେକ ସକାଶେ ବୋଲି ମୁଁ କହୁ ନାହିଁ, ମାତ୍ର ତାʼର ବିବେକ ସକାଶେ । ମୋହର ସ୍ଵାଧୀନତା କାହିଁକି ଅନ୍ୟର ବିବେକ ଦ୍ଵାରା ବିଚାରିତ ହୁଏ?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 30 (ORV)
ଯଦି ମୁଁ ଧନ୍ୟବାଦ ଦେଇ ଭୋଜନ କରେ, ତେବେ ଯାହା ନିମନ୍ତେ ଧନ୍ୟବାଦ ଦିଏ, ତାହା ନିମନ୍ତେ ନିନ୍ଦିତ ହୁଏ କାହିଁକି?
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 31 (ORV)
ଅତଏବ, ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ଵରଙ୍କ ଗୌରବ ନିମନ୍ତେ ସବୁ କର ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 32 (ORV)
ଯିହୁଦୀ ବା ଗ୍ରୀକ୍ ବା ଈଶ୍ଵରଙ୍କ ମଣ୍ତଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10 : 33 (ORV)
ଯେପରି ମୁଁ ମଧ୍ୟ ମୋହର ସ୍ଵାର୍ଥ ଚେଷ୍ଟା ନ କରି ଅନେକଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ମଙ୍ଗଳ ଚେଷ୍ଟା କରେ, ପୁଣି ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଯନି କରେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33

BG:

Opacity:

Color:


Size:


Font: